Author: Anasuya Das

୧୬ଶହ ଫୁଟ ପାହାଡ଼ ଚଢି ଡଙ୍ଗରିଆଙ୍କୁ ଭେଟିଲେ ଜିଲ୍ଲାପାଳ ହେବ ତ ଏମିତି। ଯାହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ କ୍ଷେତ୍ରରେ। ନିୟମଗିରି ପାହାଡ଼ ଉପରକୁ ଯାଇ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଗାଁ କୁନାକୁଡୁରେ ପହଞ୍ଚି ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ସମାସ୍ୟା ଓ ବିକାଶ ଆକଳନ କରିବା ସହ ସେମାନଙ୍କ ଦ୍ୱାରରେ ସରକାରଙ୍କ କଲ୍ୟାଣମୂଳକ ଯୋଜନା ପହଞ୍ଚାଇଛନ୍ତି। ୯ଟି ଡଙ୍ଗରିଆ କନ୍ଧ ପରିବାର ରହୁଥିବା ଏହି ଗାଁ ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଛି। ପାୱାର ହେଉଛନ୍ତି ପ୍ରଥମ ଜିଲ୍ଲାମୁଖ୍ୟ ଯିଏ ଏହି ବିଚ୍ଛିନ୍ନ ଗାଁ ପରିଦର୍ଶନ କରି ଦୁର୍ଗମ ଅଞ୍ଚଳକୁ ଅତିକ୍ରମ କରି ବାସିନ୍ଦାଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିଲେ। ଏହି ଗସ୍ତ ସମୟରେ ସେ ଗ୍ରାମବାସୀଙ୍କୁ ତଳକୁ ସ୍ଥାନାନ୍ତର କରିବାକୁ ବୁଝାଇଥିଲେ। ଯେଉଁଠାରେ ଅତ୍ୟାବଶ୍ୟକ ସେବା ପାଇବା ସୁନିଶ୍ଚିତ କରିବା ପାଇଁ ଏକ ନୂତନ…

Read More