Author: Anasuya Das

ପଥଚାରୀ ଓ ଗାଡ଼ି ଉପରେ ଚଢ଼ିଗଲା ବେଷ୍ଟ ବସ ଡ୍ରାଇଭର ଗିରଫ ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ବସ୍‌ଟି କିଛି ପଥଚାରୀ ଓ ଛୋଟ ଗାଡ଼ି ଉପରେ ମାଡ଼ିଯିବାରୁ ଏପରି ଦୁର୍ଘଟଣା ଘଟିଛି। ପୁଲିସର ସୂଚନାନୁସାରେ ବସ୍‌ଟି କୁର୍ଲା ଷ୍ଟେସନରୁ ଆନ୍ଧେରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବ୍ରିହନମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ ବସ୍‌ (ବେଷ୍ଟ) ମାର୍ଗ ୩୩୨ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଅନେକ ଗାଡି ଏବଂ ପଥଚାରୀଙ୍କ ଉପରେ ଚଢ଼ି ଯାଇଥିଲା। ଏପରିକି ବସ୍‌ଟି ଚଢ଼ିଯିବାରୁ ହାଉସିଂ ସୋସାଇଟିର ଏକ କାନ୍ଥ ଖସି ପଡ଼ିଛି। ବସ୍‌ଟି କାନ୍ଥକୁ ଧକ୍କା ଦେବା ପରେ ଯାଇ ସେଠାରେ ଅଟକି ଯାଇଥିଲା। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଉଛନ୍ତି କନିସ୍, ଫାତିମା ଅନସାରୀ, ଶିବମ କାଶ୍ୟପ,…

Read More