Author: Anasuya Das

ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ରେଳ ମନ୍ତ୍ରଣାଳୟ ଓଡିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି | ଏହି ପଦକ୍ଷେପ ଭାରତୀୟ ରେଳବାଇର ବ୍ୟାପକ ଶକ୍ତି, ଖଣିଜ ଏବଂ ସିମେଣ୍ଟ (ଏନର୍ଜି, ମିନେରାଲ, ସିମେଣ୍ଟ) କରିଡର ଯୋଜନାର ଏକ ଅଂଶ, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖିଛି | ରେଳ ମନ୍ତ୍ରୀ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ | କଟକ ଜିଲ୍ଲାରେ ୧୦.୮୯ କିମି ଦୈର୍ଘ୍ୟ ରେଳ ଫ୍ଲାଏଓଭର ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ…

Read More