Author: TRUPTIMAYEE SAHOO

ଓଡ଼ିଶାର ବିକାଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି । ତାଙ୍କ ଜୀବନର ଗଭୀରତା, ସଦ୍​ଗୁଣ ଓ ଆଦର୍ଶ  ତାଙ୍କୁ ଦେବତାଙ୍କ  ସହିତ ତୁଳନୀୟ  କରିଥିଲା । ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର ।  ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ । ତାଙ୍କର  ରାଜନୈତିକ ବିରୋଧୀ ଥିଲେ । କିନ୍ତୁ କେହି ଶତ୍ରୁ ନଥିଲେ । ତେଣୁ ସେ ଥିଲେ ଅଜାତଶତ୍ରୁ । ପୂର୍ବତନ ପ୍ରଧାନମନ୍ତ୍ରୀ  ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଜଣେ ଉଦାର…

Read More