Author: TRUPTIMAYEE SAHOO

୨୦୨୬ ମସିହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଭାରତୀୟ ରାଜନୀତିରେ ଏକ ଭୂକମ୍ପ ସଦୃଶ। ଯେଉଁ ବଙ୍ଗଳା ଗଡ଼କୁ ଭେଦ କରିବା ବିଜେପି ପାଇଁ ଏକ ଅସମ୍ପୂର୍ଣ୍ଣ ସ୍ୱପ୍ନ ଥିଲା, ତାହା ଆଜି ଗୈରିକ ରଙ୍ଗରେ ରଙ୍ଗିନ। ଏହି ବିଜୟ କେବଳ କଲିକତାର ନବାନ୍ନ ପ୍ରାସାଦରେ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବସାଇ ନାହିଁ, ବରଂ ୨୦୨୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ପଥକୁ ନିଷ୍କଣ୍ଟକ କରିଦେଇଛି। ୧. ୮୩ ବର୍ଷ ପରେ ବଙ୍ଗଳାରେ ହିନ୍ଦୁ ରାଜନୀତିର ପୁନରୁଦ୍ଧାର ବଙ୍ଗଳାର ରାଜନୈତିକ ପରିବର୍ତ୍ତନକୁ ବୁଝିବାକୁ ହେଲେ ଇତିହାସର ପୃଷ୍ଠା ଓଲଟାଇବାକୁ ପଡ଼ିବ। ୧୯୪୧ ମସିହାରେ କୃଷକ ପ୍ରଜା ପାର୍ଟି ଏବଂ ହିନ୍ଦୁ ମହାସଭାର ପ୍ରଗତିଶୀଳ ମେଣ୍ଟ ସରକାର ଗଠନ କରିଥିଲା, ଯାହା ୧୯୪୩ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି ନେତାଙ୍କ ଦୂରଦୃଷ୍ଟି ବଙ୍ଗଳାକୁ ଏକ ନୂଆ ଦିଗ ଦେଇଥିଲା। କିନ୍ତୁ ସ୍ୱାଧୀନତା ପରେ କଂଗ୍ରେସ, ଦୀର୍ଘ ୩୪ ବର୍ଷର…

Read More