Author: TRUPTIMAYEE SAHOO

୧୪ ମାସ ଲଢ଼େଇ ଶେଷ ଇସ୍ରାଏଲ ଓ ଲେବାନନ ହେଜବୋଲ୍ଲା ମଧ୍ୟରେ ଚାଲିଥିବ ଯୁଦ୍ଧ ଶେଷ ହୋଇଛି। ଦୀର୍ଘ ୧୪ ମାସ ଲଢ଼େଇର ଅନ୍ତଃ ଘଟିଛି। ଆଜି ଭୋର ୪ଟାରୁ ଅସ୍ତ୍ରବିରତି ଆରମ୍ଭ ହୋଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ବେରୁଟରେ ସବୁଠାରୁ ତୀବ୍ର ଏୟାର ଷ୍ଟ୍ରାଇକ୍ କରିବାର ଗୋଟିଏ ଦିନ ପରେ ବୁଧବାର ଦିନ ଏହା ଶେଷ ସଂଘର୍ଷରେ ପରିଣତ ହୋଇଛି। ତେବେ ଯଦି ହେଜବୋଲ୍ଲା ଅସ୍ତ୍ରବିରତି ଚୁକ୍ତି ଭାଙ୍ଗିବ ପୁଣି ଆକ୍ରମଣ କରିବ ବୋଲି ଇସ୍ରାଏଲ କହିଛି। ଏହି ଅସ୍ତ୍ରବିରତି ରେ ଯୁଦ୍ଧକୁ ପ୍ରାରମ୍ଭିକ ଦୁଇ ମାସ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଛି ଏବଂ ହେଜବୋଲ୍ଲାକୁ ଦକ୍ଷିଣ ଲେବାନନରେ ନିଜର ସଶସ୍ତ୍ର ଉପସ୍ଥିତି ଶେଷ କରିବାକୁ ପଡିବ ଏବଂ ଇସ୍ରାଏଲ ସୈନିକମାନେ ସୀମାରେ ନିଜ ପାର୍ଶ୍ୱକୁ ଫେରିବାକୁ ଯାଉଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ପ୍ୟାନେଲ ଅନୁପାଳନ ଉପରେ ନଜର ରଖିବ ।…

Read More