Author: TRUPTIMAYEE SAHOO
Assembly: ବିଧାନସଭାରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ କରିଛନ୍ତି। ଗୃହରେ କଂଗ୍ରେସ ବିଧାୟକଙ୍କ ବାରମ୍ବାର ହଟ୍ଟଗୋଳ ପରେ ଓଡ଼ିଶା ବିଧାନସଭା ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି। ସୋମବାର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଭିତରେ ଥିବା ମାଇକ୍ରୋଫୋନ୍ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଚେତାବନୀ ସତ୍ତ୍ୱେ ବିଧାୟକ ମଙ୍ଗଳବାର ମଧ୍ୟ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିବା ଅଭିଯୋଗ ହୋଇଛି। ତାଙ୍କ ନିଲମ୍ବନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଏହା ଅନ୍ୟାୟ ଏବଂ କଂଗ୍ରେସ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ରାତିସାରା ଧାରଣା ଦେବାକୁ ନିଷ୍ପତ୍ତି ନେଇଛି। ନିଲମ୍ବନ ବେଆଇନ ଏବଂ ଏହା ବିରୋଧୀଙ୍କ ସ୍ୱରକୁ ଦମନ କରିବା ଏବଂ ଗଣତନ୍ତ୍ରକୁ ହତ୍ୟା କରିବାର ପ୍ରୟାସ। ବାହିନୀପତି ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତା…
