Author: TRUPTIMAYEE SAHOO

child trafficking: ନିଖୋଜ ପିଲାମାନଙ୍କୁ ଠାବ କରିବା ଏବଂ ରାକେଟ ପଛରେ ଥିବା ଲୋକଙ୍କୁ ଗିରଫ କରିବାର ଜରୁରୀତା ବିଷୟରେ ମଧ୍ୟ ଅଦାଲତ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀଦିଲ୍ଲୀରେ ଶିଶୁ ଚୋରା ଚାଲାଣ ସ୍ଥିତି ଖରାପ ହେବା ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ସ୍ଥିତି ଖରାପରୁ ଖରାପ ହେବାରେ ଲାଗିଛି ବୋଲି କହିଛନ୍ତି। ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଅନେକ ନବଜାତ ଶିଶୁ ଚୋରା ଚାଲାଣ ମାମଲାର ଶୁଣାଣି କରି ଜଷ୍ଟିସ ଜେ ବି ପାର୍ଡିୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଦିଲ୍ଲୀ ପୁଲିସ ଇନ୍ସପେକ୍ଟରଙ୍କ ସହ କୋର୍ଟ କଥାବାର୍ତ୍ତା କରୁଥିଲେ। ଅଭିଯୁକ୍ତ କିଙ୍ଗପିନ୍ ପୂଜାଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଖଣ୍ଡପୀଠ ପୁଲିସକୁ କଡ଼ା ସମାଲୋଚନା କରିବା ସହ ତାଙ୍କୁ ଗିରଫ କରିବା ଏବଂ ନିଖୋଜ ୩ ଶିଶୁଙ୍କୁ ଉଦ୍ଧାର କରିବା…

Read More