Author: TRUPTIMAYEE SAHOO

WAVES: ଏହି ପ୍ରତିଯୋଗିତାରେ ଦେଶର ଆନିମେସନ୍ ଏବଂ ଭିଏଫଏକ୍ସ ଶିଳ୍ପର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ ବୋଲି ଆଶା କରାଯାଉଛି; ଶ୍ରେଷ୍ଠ ୩ ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଆସନ୍ତା ମେ’ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ-୨୦୨୫)ରେ ଭାଗ ନେବା ପାଇଁ ଓଡ଼ିଶାର ଦୁଇ ଜଣ ଯୁବ ପ୍ରତିଭା ମନୋନୀତ ହୋଇଛନ୍ତି। ଭାରତର ଉଦୀୟମାନ ସୃଜନଶୀଳ ପ୍ରତିଭାଙ୍କ ପାଇଁ ଏକ ସମ୍ମାନଜନକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରୁଥିବା ୱେଭ୍ସ ଅଧୀନରେ ଆୟୋଜିତ ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ପାଇଁ ରାଜ୍ୟରୁ ଭାଗ୍ୟଶ୍ରୀ ଶତପଥୀ ଓ ରିଷଭ ମହାନ୍ତି ଦେଶର ୪୨ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି। ଯାଜପୁର ଧର୍ମଶାଳା ଅଞ୍ଚଳର ୨୨ ବର୍ଷୀୟ ଚଳଚ୍ଚିତ୍ର ନିର୍ମାତା ତଥା ଆନିମେସନ୍ କଳାକାର ଭାଗ୍ୟଶ୍ରୀ ଏବେ ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (ଏନ୍ଆଇଡି)ରେ…

Read More