Author: Anasuya Das

Free Health Camp: ଏହି ଚିକିତ୍ସା କେନ୍ଦ୍ରକୁ ସୁଶ୍ରୁତ ହସପିଟାଲ, ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟ, ନ୍ୟୁଟ୍ରି କମ୍ପାନୀ କୋଲକାତା ପକ୍ଷରୁ ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା। ସୁଶ୍ରୁତ ହସପିଟାଲ ଓ ଟ୍ରମା କେୟାର ଏବଂ କୋରେଇ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କୋରେଇ ବ୍ଲକ ଶଙ୍ଖଚିଲା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିର ଉଦଘାଟନ ଉତ୍ସବରେ ପରିଷଦ ସଭାପତି ଶ୍ରୀଧର ଦାଶ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜାତୀୟ ଅନୁସନ୍ଧାନ ଭେଷଜ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଇମିରେଟସ ଡା. ଚତୁର୍ଭୁଜ ଭୂୟାଁ, ଅସ୍ଥିରୋଗ ବିଶେଷଙ୍ଗଜ୍ଞ ଡା. ସ୍ୱାଗତ ମହାପାତ୍ର, ଶିଶୁ ରୋଗ ବିଶେଷଜ୍ଞ ଡା. ବିଶ୍ୱନାଥ ଦାଶ, ମୁଖ୍ୟ ଉପଦେଷ୍ଟା ମନୋଜ ଜେନା, ସଂପାଦକ ଆଲୋକ ଦାଶ, ହସ୍ପିଟାଲ ସଂଯୋଜକ ସୋନିଆ ଦାସ ପ୍ରମୁଖ ଏକାଧିକ ଆୟୋଜକ, ଫାର୍ମାସିଷ୍ଟ, ସାମ୍ବାଦିକ ଓ ରୋଗୀଙ୍କ ଗହଣରେ ବିଶେଷଜ୍ଞମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସୁଶ୍ରୁତ ହସପିଟାଲକୁ ମେମୋଣ୍ଟ…

Read More