Author: TRUPTIMAYEE SAHOO

ସରକାରୀ ଜମିକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବୋମାମାଡ଼ ମାମଲାରେ ଭରତପୁର ଥାନା ପୁଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଅଞ୍ଚଳର ଏଲ୍ ଜଗନ୍ନାଥ ରାଓ (୨୩) ଓ ସ୍ମୃତି ରଂଜନ ଦାସ (୩୯)। ଆଜିର ଗିରଫକୁ ମିଶାଇ ପୁଲିସ ଏ ଯାଏଁ ୫ଜଣଙ୍କୁ ଗିରଫ କରିଛି। ହେଲେ ଏବେ ବି ବହୁ ଅଭିଯୁକ୍ତ ଫେରାର୍ ଅଛନ୍ତି । ପୂର୍ବରୁ ପୁଲିସ ଗୋଟିଏ ଗୋଷ୍ଠୀର ପ୍ରଫୁଲ୍ଲ ଦାସ ଓରଫ କାବୁଲି ଓ ଅନ୍ୟ ଗୋଷ୍ଠୀର ଅମିୟ ପ୍ରସାଦ ଛୋଟରାୟ ଓରଫ ଶିବୁନା ଓ ବିଜୟ କୁମାର ବାରିକକୁ ଗିରଫ କରିଥିଲା। ସୂଚନା ମୁତାବକ, ଭରତପୁର ଥାନା ଶ୍ୟାମପୁର ପଣ୍ଡାକୁଦିଆ, ଭୂଦାନ ଓ ଚନ୍ଦକା ଥାନା ମଳିପଡ଼ା ମୌଜାରେ ଥିବା ଶହଶହ ଏକର ସରକାରୀ ଜମିକୁ ଜବରଦଖଲ ନେଇ ଭରତପୁର ଓ ଅନ୍ଧାରୁଆର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ରବିବାର ଅପରାହ୍ଣ ସାଢ଼େ ୪ଟା ସମୟରେ…

Read More