Author: Anasuya Das

କୁହାଯାଏ ପାଦରେ ଚାଲିକି ହେଉ ବା ଯାନବାହନରେ – ସଡ଼କ ଅତିକ୍ରମ କରିବା ଅପେକ୍ଷା ବିମାନ ଯାତ୍ରା ନିରାପଦ । ନିକଟ ଅତୀତରେ ଅହମ୍ମଦାବାଦରେ ଘଟି ଯାଇଥିବା ବିମାନ ଦୁର୍ଘଟଣାରେ କେବଳ ବିମାନ ଭିତରେ ବସିଥିବା ଯାତ୍ରୀମାନଙ୍କ ଜୀବନ ନୁହେଁ ବରଂ ନିକଟବର୍ତ୍ତୀ କଲେଜ ହଷ୍ଟେଲ ଭିତରେ ଥିବା କିଛି ଡାକ୍ତରୀ ଛାତ୍ର ଏବଂ ସଡ଼କରେ ଯାତାୟାତ କରୁଥିବା କିଛି ଯାତ୍ରୀଙ୍କ ଜୀବନ ମଧ୍ୟ ନେଇଛି । ନିରାପତ୍ତା ସମ୍ପର୍କିତ ଉପରୋକ୍ତ ଧାରଣାକୁ ଏହା ବଦଳାଇ ଦେଇ ନ ପାରେ । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ବ୍ୟକ୍ତିମାନଙ୍କ ସଂଖ୍ୟାକୁ ନେଇ କୌଣସି ପରିଶେଷରେ ପହଞ୍ଚିବା କଷ୍ଟ । ଦୁର୍ଘଟଣା ସବୁବେଳେ ଦୁର୍ଘଟଣା ହୋଇଥାଏ, ତେବେ ଏହି କ୍ଷେତ୍ରରେ ଏବେ ସମସ୍ତେ ଯାହା ଜାଣିବାର ଆବଶ୍ୟକତା ରହିଛି, ତାହା ହେଉଛି- କାହିଁକି ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବା ଅତି ସୁରକ୍ଷିତ ବିମାନ ଭାବରେ ବିବେଚନା କରାଯାଉଥିବା ଡ୍ରିମଲାଇନର ଭଡ଼ାଣ ଭରିବାର…

Read More