Author: TRUPTIMAYEE SAHOO

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଭାରୀ ଟିକସ ଲଗାଇବା ନିଷ୍ପତ୍ତି ନୂଆ ନୁହେଁ। ୩୬ ବର୍ଷ ତଳେ ମଧ୍ୟ ଏପରି ଘଟିଥିଲା। ୧୯୮୯ ମସିହାରେ ଆମେରିକା ଭାରତର ଅର୍ଥନୀତିକୁ ଦୋହଲାଇବା ପାଇଁ ଟିକସ ଲଗାଇବା ଧମକ ଦେଇଥିଲା। ଏହା ଦୁଇ ଦେଶ ମଧ୍ୟରେ ୧୨ ମାସ ପର୍ଯ୍ୟନ୍ତ ଉତ୍ତେଜନା ସୃଷ୍ଟି କରିଥିଲା। ପରେ ଆମେରିକା ପଛକୁ ହଟିଯାଇଥିଲା, କିନ୍ତୁ ଏହି ବିବାଦ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆଣିଥିଲା। ସୁପର ୩୦୧ ଘଟଣାକୁ ମନେ ପକାଇ ଆଜିର ପରିସ୍ଥିତିକୁ ଭଲ ଭାବେ ବୁଝି ହେବ। ସେତେବେଳେ ଆମେରିକା ଜାପାନ ସହ ବାଣିଜ୍ୟ ଯୁଦ୍ଧରେ ଲାଗିଥିଲା। ଭାରତ ଆମେରିକାର ଦାବିକୁ ମାନିବାକୁ ମନା କରିଦେଇଥିଲା। ଆଜି ମଧ୍ୟ ଭାରତକୁ ଆମେରିକା ସହ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ୧୯୮୦ ଦଶକରେ ଆମେରିକା ଓ ଜାପାନ ମଧ୍ୟରେ ବାଣିଜ୍ୟକୁ ନେଇ ତୀବ୍ର ପ୍ରତିଯୋଗିତା ଚାଲିଥିଲା। ସେତେବେଳେ ଜାପାନ ଆମେରିକାର ସବୁଠାରୁ ବଡ଼ ଅର୍ଥନୈତିକ…

Read More