Author: Anasuya Das

Pakistan train hijack: ଅନ୍ୟ ଆତଙ୍କବାଦୀମାନେ କିଛି ଯାତ୍ରୀଙ୍କୁ ପାହାଡ଼ ଭିତରକୁ ନେଇ ଯାଇଥିବା ବେଳେ ସୁରକ୍ଷା ବାହିନୀ ଅନ୍ଧାରରେ ସେମାନଙ୍କୁ ପିଛା କରୁଥିବା କୁହାଯାଉଛି। ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ଏକ ସୁଡ଼ଙ୍ଗରେ ମଙ୍ଗଳବାର ବେଲୁଚିସ୍ତାନ ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ଟ୍ରେନ୍ ଅପହରଣ କରିବା ପରେ ସୁରକ୍ଷା ବାହିନୀ ୧୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ୧୦୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଅପରାହ୍ନ ସମୟରେ ୯ଟି ବଗିରେ ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ଜାଫର ଏକ୍ସପ୍ରେସ କ୍ୱେଟାରୁ ପେଶାୱାର ଅଭିମୁଖେ ଯାତ୍ରା କରୁଥିବା ବେଳେ ଗୁଡାଲାର ଏବଂ ପିରୁ କୁନ୍ରିର ପାହାଡ଼ିଆ ଅଞ୍ଚଳ ନିକଟରେ ଥିବା ଏକ ସୁଡ଼ଙ୍ଗରେ ସଶସ୍ତ୍ର ଦୁର୍ବୃତ୍ତମାନେ ଏହାକୁ ଅଟକାଇଥିଲେ। ପରେ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ସହ ଚାଲିଥିବା ଗୁଳି ବିନିମୟରେ…

Read More