Author: TRUPTIMAYEE SAHOO

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ ସେପ୍ଟେମ୍ବରରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଥିବା ହିନ୍ଦୀ ଚଳଚ୍ଚିତ୍ର ଅଜେୟ (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ର ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଏମ୍ପାୟାର୍ସ ହୋଟେଲରେ ଅନୁଷ୍ଠିତ ହୋଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ଓଲିଉଡ଼ ର ଆଗଧାଡିର ଅଭିନେତା ବବି ମିଶ୍ର, ପଦୋଦକ ସାମଲ ଏବଂ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ । ଯୋଗୀଙ୍କ ଜୀବନ କାହାଣୀକୁ ନେଇ ଶାନ୍ତନୁ ଗୁପ୍ତା ରଚନା କରିଥିବା “ଦ ମୋଙ୍କ ହୁ ବିକେମ୍ ଚିଫ୍ ମିନିଷ୍ଟର” ପୁସ୍ତକରୁ ଆଧାରିତ “ଅଜେୟ” (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ନାମରେ ନିର୍ମାଣ ହୋଇଛି ସିନେମା l ଜଣେ ସାଧାରଣ ପିଲାର ଶୈଶବ କିପରି କଟିଥିଲା? ପରବର୍ତ୍ତୀ ମୁହୂର୍ତ୍ତରେ ତା’ର ସଂଘର୍ଷମୟ ଜୀବନ କିପରି ଥିଲା ଏବଂ ଶେଷରେ ସେ…

Read More