Author: TRUPTIMAYEE SAHOO

କେନ୍ଦ୍ର ସରକାର କହିଛନ୍ତି ଯେ ୨୧୭ ଜଣ ଯୁବକ ଭାରତୀୟ ରୁଷ ସେନାରେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୩୯ ଜଣ ସେମାନଙ୍କ ଚୁକ୍ତିନାମାରୁ ମୁକ୍ତ ହୋଇଛନ୍ତି । ୪୯ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି, ଯେତେବେଳେ କି ୬ ଜଣଙ୍କ ନିଖୋଜ ହେବା ନିଶ୍ଚିତ ହୋଇଛି । ଶୁକ୍ରବାର, କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟକୁ ବିସ୍ତାର ରୂପେ ସୂଚନା ଦେଇଛନ୍ତି । କୂଟନୈତିକ ଆଲୋଚନା ପରେ ୧୩୯ ଜଣ ଭାରତୀୟଙ୍କୁ ଚୁକ୍ତିରୁ ମୁକ୍ତ ସମ୍ବାଦ ଏଜେନ୍ସି ପିଟିଆଇ ଅନୁଯାୟୀ, ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏକ ଷ୍ଟାଟସ୍ ରିପୋର୍ଟରେ, କେନ୍ଦ୍ର ସରକାର କହିଛନ୍ତି ଯେ , ରୁଷ ଫେଡେରେସନ ସହିତ ଭାରତ ସରକାରଙ୍କ ନିରନ୍ତର କୂଟନୈତିକ ସମ୍ପର୍କ ପରେ, ୧୩୯ ଜଣ ଭାରତୀୟ ନାଗରିକଙ୍କୁ ରୁଷ ସେନାରେ ଯୋଗଦେବା ପାଇଁ ସ୍ୱାକ୍ଷରିତ ଚୁକ୍ତିନାମାରୁ ମୁକ୍ତ କରାଯାଇଛି । ରୁଷ-ୟୁକ୍ରେନ ଯୁଦ୍ଧରେ ୪୯ ଜଣ ଭାରତୀୟଙ୍କ ମୃତ୍ୟୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି :…

Read More