Author: TRUPTIMAYEE SAHOO

୧୯୪୭ ରେ ଭାରତର ସ୍ୱାଧୀନତା ପରଠାରୁ ଭାରତ-ଆମେରିକା ସମ୍ପର୍କ ଉଲ୍ଲେଖନୀୟ ଭାବରେ ବିକଶିତ ହୋଇଛି। କେତେବେଳେ ଏହା ଭଲ ତ କେତେବେଳେ ଖରାପ।  ଶୀତଳ ଯୁଦ୍ଧ ମେଣ୍ଟରୁ ଆମେରିକା ସହିତ ପ୍ରାରମ୍ଭିକ ବିବାଦ ସୃଷ୍ଟି ହୋଇଥିଲା। ସୋଭିଏତ୍ ପ୍ରଭାବର ମୁକାବିଲା ପାଇଁ ଆମେରିକା ପାକିସ୍ତାନ ଆଡକୁ ଢଳିଥିଲା। ଯେତେବେଳେ କି ଭାରତ ଗୋଷ୍ଠୀ ନିରପେକ୍ଷ ରହିବା ସହିତ ରୁଷିଆ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲା ଏହା ପାରସ୍ପରିକ ଅବିଶ୍ୱାସ ସୃଷ୍ଟି କରିଥିଲା, ଯାହାର ପରିଣାମ ଥିଲା ୧୯୬୨ ଚୀନ-ଭାରତ ଯୁଦ୍ଧ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା ପାକିସ୍ତାନକୁ ସମର୍ଥନ କରି ବଙ୍ଗୋପସାଗରକୁ ଏକ ଯୁଦ୍ଧ ଜାହାଜପଠାଇଥିଲା । ଏଭଳି ଘଟଣା ଦ୍ୱାରା ତିକ୍ତତା ବୃଦ୍ଧି ପାଇଥିଲା। ୧୯୭୦ ଦଶକରେ ଭାରତର ଆଣବିକ କାର୍ଯ୍ୟକ୍ରମ ଉପରେ ଅଧିକ ଚାପ ଦେଖିବାକୁ ମିଳିଥିଲା। ୧୯୭୪ “ସ୍ମାଇଲିଂ ବୁଦ୍ଧ” ପରୀକ୍ଷଣରେ ଆମେରିକା ଫିଡିକିଥିଲା। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇବା ସହ ଆଣବିକ ଇନ୍ଧନ ଯୋଗାଣ…

Read More