Author: Anasuya Das

Ayushman Bharat scheme: ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ହେବ ଶୁଭାରମ୍ଭ, ୭୦ ବର୍ଷରୁ ଅଧିକ ସମସ୍ତେ ପାଇବେ ଚିକିତ୍ସା ସୁବିଧା। ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ । ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା ଅଭିଯାନ ଆରମ୍ଭ…

Read More