Author: Anasuya Das

Odisha: ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର କରିବା, ଭିତ୍ତିଭୂମିର ବ୍ୟାପକ ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ପୂର୍ତ୍ତ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜୟଦେବ ବିହାରରୁ ନନ୍ଦନକାନନକୁ ସଂଯୋଗ କରୁଥିବା ଏକ ଏଲିଭେଟେଡ୍ କରିଡର କଳ୍ପନା ଛକ ଓ ମ୍ୟୁଜିୟମ ଛକରେ ଫ୍ଲାଏ ଓଭର ସହ ସଂଯୋଗ କରିବ। ମ୍ୟୁଜିୟମ ରୋଡ୍ରେ ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି), ଏଜି ଛକରେ ଭୂତଳ ରାସ୍ତା (ସବଓ୍ୱେ) ଏବଂ ଭିତର ଓ ବାହ୍ୟ ରିଂ ରୋଡର ବିକାଶ ମଧ୍ୟ ପ୍ରସ୍ତାବିତ ଉନ୍ନୟନ ମୂଳକ କାର୍ଯ୍ୟର ଅଂଶ ବିଶେଷ। ଉନ୍ନୟନ ଯୋଜନାଗୁଡ଼ିକ ମଧ୍ୟରେ ରହିଛି: ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ଭୁବନେଶ୍ୱର ସହର ପାଇଁ ଯୋଜନା; ବାରଙ୍ଗାରୁ ପଟିଆ ଷ୍ଟେସନ ଛକ, ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ଗ୍ରାମ (ଦୟା ପଶ୍ଚିମ କେନାଲ ରୋଡ୍) ଦେଇ ଜଟଣୀ ପର୍ଯ୍ୟନ୍ତ କେନାଲ ରୋଡ୍ର ଉନ୍ନତିକରଣ; କଳ୍ପନା…

Read More