Author: TRUPTIMAYEE SAHOO

ଚାକିରି ଦୁର୍ନୀତି ଶଙ୍କର ପାଇଁ ତ ବାଁ ହାତର ଖେଳ। ସାର୍ଟିଫିକେଟ୍ କେଳେଙ୍କାରୀ ତ କରିଦିଏ ଶଙ୍କର ଚୁଟକିରେ। ନେଇ ଆଣି ଥୋଇ ଜାଣିବାର କଳା ଜାଣିଛି ବୋଲି କେଳେଙ୍କାରୀର କିଙ୍ଗପିନ୍ ଶଙ୍କର। କେବଳ କ’ଣ ଏତିକି ? ଅଭିଯୋଗ ରହିଛି, ମଣିଷ ରକ୍ତରେ ସେ ହୋଲି ଖେଳିଛି। ରାଜନୈତିକ ହିଂସା ଭିଆଇ ଗାଁର ଭାଇଚାରାକୁ ବି ଖିନଭିନ୍ କରିଛି। ରାଜ୍ୟବ୍ୟାପି ଚାକିରି ଆଶାୟୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି କରିଥିବା ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀରେ ଶଙ୍କର ପୃଷ୍ଟି ଲିଙ୍କରେ ଛାପା ମାରିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ୱର ରଘୁନାଥପୁରରେ ଥିବା ଶ୍ରୀ ଲିଙ୍ଗରାଜ ଇନଫୋସଲ୍ ଅନଲାଇନ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ ହୋଇଥିଲା। ତାଲା ଖୋଲିବା ସହ ପରୀକ୍ଷା କେନ୍ଦ୍ରରେ ସର୍ଚ୍ଚ ଅପରେସନ୍ କରାଯାଇଛି। ତେବେ ସେଣ୍ଟର ଭିତରୁ ବଳିଷ୍ଠ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ ହାତେଇଥିବା ଜଣାପଡ଼ିଥିବାବେଳେ ପରୀକ୍ଷା କେନ୍ଦ୍ରକୁ ସିଲ୍ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି, ଶଙ୍କର ପୃଷ୍ଟି ଏଠାକୁ ଆସି…

Read More