Author: TRUPTIMAYEE SAHOO

ଭୁବନେଶ୍ୱର : ୧୦ ୧୦, ଆସନ୍ତା ନଭେମ୍ବର ୭ ତାରିଖରେ କଳିଙ୍ଗସେନା ତାହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ଆଜି ଏଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସେନା ସୁପ୍ରିମୋ ହେମନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୧ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତାଙ୍କୁ ସହିତ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ପ୍ରତିଷ୍ଠା ଦିବସକୁ ମହାସମାରୋହରେ ପାଳନ ପାଇଁ ଏକମତ ପ୍ରକାଶ ପାଇଥିବାବେଳେ ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶା ଓ ଓଡିଆଙ୍କ ବିକାଶ ପାଇଁ ବିଶେଷ ଅବଦାନ ରଖୁଥିବା ଜଣଙ୍କୁ କଳିଙ୍ଗ ରତ୍ନ ପୁରସ୍କାର ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏବଂ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ମଧି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ସର୍ବସମ୍ମତ କ୍ରମେ ଖୁବଶୀଘ୍ର ଚୂଡାନ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଏଥି ସହିତ ପ୍ରଧ୍ୟାପକ ଅଶୋକ…

Read More