Author: TRUPTIMAYEE SAHOO

            ଭାସ୍କର ପରିଚ୍ଛା ଓଡ଼ିଶାର ରାଜନୈତିକ ଇତିହାସରେ ସମାଜବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଜୟପ୍ରକାଶ ନାରାୟଣଙ୍କ ଭଳି ଜାତୀୟ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ମାଧ୍ୟମରେ ସମାଜବାଦୀ ଚିନ୍ତାଧାରାର ଉତ୍ଥାନ ଓଡ଼ିଶା ବି ଦେଖିଥିଲା। ୧୯୩୪ରେ ଗଠିତ କଂଗ୍ରେସ ସୋସାଲିଷ୍ଟ ପାର୍ଟି( ସିଏସପି) ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ସମାଜବାଦୀ ସକ୍ରିୟତା ପାଇଁ ଏକ ପ୍ରମୁଖ ମଞ୍ଚ ଥିଲା। ଓଡ଼ିଶାରେ ଜୁନ ମାସରେ ସିଏସପିର ପ୍ରଥମ ରାଜ୍ୟ ସମ୍ମିଳନୀ କଟକ ଠାରେ ଅନୁଷ୍ଠିତ ହୋଇଥିଲା। ନବକୃଷ୍ଣ ଚୌଧୁରୀ ଏହାର ପ୍ରାରମ୍ଭିକ ସଚିବ ଭାବେ ନିର୍ବାଚିତ ହୋଇଥିଲେ ଏବଂ ପରେ ଭଗବତୀ ପାଣିଗ୍ରହୀ ତାଙ୍କ ଉତ୍ତରାଧିକାରୀ ହୋଇଥିଲେ। ଏହି ଗୋଷ୍ଠୀ ସାମ୍ରାଜ୍ୟବାଦ ବିରୋଧୀ ସଂଘର୍ଷ, କୃଷକ ଆନ୍ଦୋଳନ, ଯୁବ ସଂହତି ଏବଂ ପ୍ରଗତିଶୀଳ ସାହିତ୍ୟ ଉପରେ ଧ୍ୟାନ କେନ୍ଦ୍ରିତ…

Read More