Author: TRUPTIMAYEE SAHOO

ଉଲ୍ଲାଲର ବାୟୁମଣ୍ଡଳ ଲୁଣ ଏବଂ ବାରୁଦର ଗନ୍ଧରେ ଘନ ଥିଲା, ତାଙ୍କ ଉପକୂଳ ଦୁର୍ଗର ପ୍ରାଚୀରରୁ ରାଣୀ ଆବାକ୍କା ଚୌଟା କମଳା ରଙ୍ଗର ଅଗ୍ନି ଅନ୍ଧକାର ସମୁଦ୍ରରେ ଜଳୁଥିବାର ଦେଖୁଥିଲେ। ପର୍ତ୍ତୁଗୀଜ୍ ଜାହାଜ ଯାହା ଏକଦା ୟୁରୋପୀୟ ଶକ୍ତିର ପ୍ରତୀକ ଥିଲା ଏବେ ଦିଗନ୍ତରେ ଜଳୁଛି, ସେମାନଙ୍କର ପାଲ ସମୁଦ୍ର କୂଳରେ ଭୁଶୁଡ଼ି ପଡୁଛି। ତାଙ୍କର ଲୋକମାନେ ଅଧିକାଂଶ ସ୍ଥାନୀୟ ନାବିକ ଏବଂ ମତ୍ସ୍ୟଜୀବୀମାନେ ରାତିର ଆବରଣ ତଳେ ଆକ୍ରମଣ କରିଥିଲେ,  ଡଙ୍ଗାରୁ ଜ୍ୱଳନ୍ତ ତୀର ଏବଂ ନଡ଼ିଆ ତେଲ ବୋମା ନିକ୍ଷେପ କରିଥିଲେ। ରାଣୀ ଲାଲ ରଙ୍ଗର ଯୁଦ୍ଧ ଶାଢ଼ୀ ପିନ୍ଧି, ହାତରେ ଖଣ୍ଡା ଧରିଥିଲେ । ବିଜୟ ତାଙ୍କ ପାଇଁ କେବେ ନୂଆ ନଥିଲା; ଏହା ଥିଲା ବଞ୍ଚିବା ଏବଂ ୧୫୭୦ ଦଶକର ସେହି ରାତିରେ ଉଲ୍ଲାଲର ରାଣୀ ଦେଖାଇଥିଲେ ଯେ ସାମ୍ରାଜ୍ୟ ମଧ୍ୟ ଜଳିପାରେ। ପଶ୍ଚିମ ଉପକୂଳର ଭୁଲିଯାଇଥିବା ରାଣୀ ବ୍ରଟିଶମାନେ ଭାରତରେ ପାଦ ରଖିବାର ବହୁ…

Read More