Author: TRUPTIMAYEE SAHOO

ବିଜେଡି ସରକାର ସମୟରେ ବେଆଇନ ଖଣି ଖନନ କାରବାରକୁ ସେତେବେଳ ବିରୋଧୀ ଦଳରେ ଥିବା ବିଜେପି ତୁମ୍ବିତୋଫାନ କରୁଥିଲା। ଏହି ଖଣି ଚୋରୀକୁ ନିର୍ବାଚନରେ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଛି। କ୍ଷମତାକୁ ଆସିବା ପରେ ବିଜେପି ନେତାମାନେ ବିଶେଷ କରି ରାଜ୍ୟ ଖଣିମନ୍ତ୍ରୀଙ୍କ ଏବେ ସଖୀ କଣ୍ଢେଇ ସାଜିଛନ୍ତି। ଏହି ଖଣି ଦୁର୍ନୀତିର ମୂଳପିଣ୍ଡ ବୋଲି କୁହାଯାଉଥିବା ଖଣି ବିଭାଗର ଅଧିକାରୀମାନେ ସରକାର ବଦଳିବା ପରେ ବି ବଦଳି ନାହାନ୍ତି। ତେଣୁ ସେମାନେ ନିଜର କଳାକାରନାମାକୁ ଲୁଚାଇବା ପାଇଁ ଖଣିମନ୍ତ୍ରୀ ଓ ବିଜେପି ସରକାରକୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି କରୁଛନ୍ତି। ଯାହାଫଳରେ ରାଜ୍ୟର ବିଜେପି ସରକାର ଏବେ ସୁପ୍ରିମକୋର୍ଟର କାଠଗଡ଼ାରେ ଛିଡ଼ା ହୋଇ ଭର୍ତ୍ସିତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ବିଜେପି ସରକାର ଆଦୌ ଚିନ୍ତିତ ନୁହେଁ। ବିଜେପି ସରକାର ବିଭାଗୀୟ ଅଧିକାରୀମାନଙ୍କୁ ସୁରକ୍ଷା ଦେଇ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଆଲୋଚନା ହେଉଛି। ପୂର୍ବ ପରିବେଶଗତ…

Read More