Author: Anasuya Das

Heatwave: ଓଡ଼ିଶାରେ ଜାରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରରେ ନିଆଯିବାକୁ ଥିବା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ପାଇଁ ଶୁକ୍ରବାର ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଓଏଏସ୍ (ଏସ୍ଏସ୍) ଚିତ୍ତ ରଞ୍ଜନ ପାତ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷାନୁଷ୍ଠାନ (ଏଚ୍ଇଆଇ)ରେ ଗ୍ରୀଷ୍ମ ପ୍ରବାହ ପରିଚାଳନାର ସଠିକ୍ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଉପରୋକ୍ତ ବିଷୟର ଉଲ୍ଲେଖ ଆହ୍ୱାନ କରିବା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଅନୁଯାୟୀ ୨୦୨୫ ଗ୍ରୀଷ୍ମଋତୁରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରରେ ନିଆଯିବାକୁ ଥିବା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ପାଇଁ ବିସ୍ତୃତ ଏସଓପି ସହିତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଚଇଆଇରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ବିଷୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶନାମା:…

Read More