Author: TRUPTIMAYEE SAHOO

ଏହି ମାସ ଆରମ୍ଭରେ ପିଓକେରେ ଆରମ୍ଭ ହୋଇଥିବା ପ୍ରତିବାଦ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା କିନ୍ତୁ ଜଣେ ଅଜ୍ଞାତ ବନ୍ଧୁକଧାରୀ ଛାତ୍ରଙ୍କ ଏକ ଗୋଷ୍ଠୀ ଉପରେ ଗୁଳି ଚଳାଇବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଯେଉଁଥିରେ ଜଣେ ଛାତ୍ର ଆହତ ହୋଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମୁଜାଫରାବାଦରେ ଜଣେ ବ୍ୟକ୍ତି ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବା ଦେଖାଯାଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଘଟିଥିଲା। ଏହା ଛାତ୍ରଙ୍କ କ୍ରୋଧକୁ ବଢ଼ାଇ ଦେଇଥିଲା। ବିଶ୍ୱବିଦ୍ୟାଳୟରେ ରାଜନୈତିକ କାର୍ଯ୍ୟକଳାପ ନିଷିଦ୍ଧ ବିରୋଧରେ ଛାତ୍ରମାନେ କ୍ୟାମ୍ପସରେ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଅନେକ କ୍ରୋଧିତ ଛାତ୍ର ଟାୟାର ଜାଳି ପୋଡ଼ିଥିଲେ, ପୋଡ଼ାଜଳା ଏବଂ ଭଙ୍ଗାରୁଜା କରିଥିଲେ ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପ୍ରତିବାଦ ହିଂସାତ୍ମକ ହେବା ପରେ, ସ୍ଥାନୀୟ ପ୍ରଶାସନ ତୁରନ୍ତ ବିଶ୍ୱବିଦ୍ୟାଳୟରେ ରାଜନୈତିକ କାର୍ଯ୍ୟକଳାପକୁ ନିଷେଧ କରିଥିଲା।…

Read More