Author: TRUPTIMAYEE SAHOO

ନିଜକୁ ବେଷ୍ଟ ବୋଲି କୁହ ପଛେ ଅନ୍ୟକୁ ଠକ ବୋଲି କହିପାରିବ ନାହିଁ । ଆୟୁର୍ବେଦ ସାମଗ୍ରୀ ପ୍ରସ୍ତୁତ କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ କିଛି ଏଭଳି ଭାଷାରେ ଶୁଣାଇଦେଇଛନ୍ତି କୋର୍ଟ । ବାସ୍ତବରେ ଦିଲ୍ଲୀ ହାଇକୋର୍ଟରେ ଡାବର ଇଣ୍ଡିଆ ଏବଂ ପତଞ୍ଜଳି ଆୟୁର୍ବେଦ ମଧ୍ୟରେ ଏକ ଆଇନଗତ ବିତର୍କ ପରେ କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାଟି ପତଞ୍ଜଳିର ନୂତନ ସ୍ୱତନ୍ତ୍ର ଚ୍ୟବନପ୍ରାଶ ବିଜ୍ଞାପନ ସହିତ ଜଡ଼ିତ, ଯାହା ଅନ୍ୟ ସମସ୍ତ ବ୍ରାଣ୍ଡକୁ ଠକ ବୋଲି ଅଭିହିତ କରିଥିଲା। ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ସମୟରେ ବିଚାରପତି ତେଜସ କାରିଆ ପତଞ୍ଜଳିକୁ କଠୋର ଭାବରେ ପ୍ରଶ୍ନ କରିଥିଲେ, “ତୁମେ ନିଜକୁ ସର୍ବୋତ୍ତମ କହିପାରିବ କିନ୍ତୁ ଅନ୍ୟମାନଙ୍କ ଉତ୍ପାଦକୁ ‘ଠକ’ କହିପାରିବ ନାହିଁ । ‘ଠକ’ ଶବ୍ଦଟି ନକାରାତ୍ମକ ଏବଂ ଅପମାନଜନକ। ଶବ୍ଦକୋଷରେ ଏଭଳି ଅନ୍ୟ କୌଣସି ଶବ୍ଦ ଆପଣ ପାଇପାରିବେ ନାହିଁ କି?” ଡାବରଙ୍କ…

Read More