Author: TRUPTIMAYEE SAHOO

ମଙ୍ଗଳବାର ଦିନ କଂଗ୍ରେସ SIR ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଯେଉଁ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ SIR ଅଭ୍ୟାସ ଚାଲିଛି, ସେହି ଅଞ୍ଚଳର ପ୍ରଭାରୀ, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା ଏବଂ ସଚିବମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ସୂତ୍ର ଅନୁସାରେ ବୈଠକ ସମୟରେ ବରିଷ୍ଠ କଂଗ୍ରେସ ନେତା ଏବଂ CWC ସଦସ୍ୟ ଦିଗବିଜୟ ସିଂହ ରାହୁଲ ଗାନ୍ଧୀ ଏବଂ ଖଡ୍ଗେଙ୍କୁ SIR ରଣନୀତି ବିଷୟରେ ପ୍ରଶ୍ନ କରିଥିଲେ। ସେ ସଂଗଠନଗତ ଦୁର୍ବଳତା ଏବଂ BLA ନିଯୁକ୍ତିର ଅଭାବ ପ୍ରସଙ୍ଗ ଉଠାଇଥିଲେ।  ସୂତ୍ର ଅନୁସାରେ ବରିଷ୍ଠ ନେତା ମୁକୁଲ ୱାସନିକଙ୍କ କଡ଼ା ସମାଲୋଚନା ପରେ ଦିଗବିଜୟ ସିଂହ କହିଛନ୍ତି, “BLA ବିଷୟରେ ଆଲୋଚନା ହେଉଛି କିନ୍ତୁ ଆମେ ସେମାନଙ୍କୁ କେଉଁଠାରେ ରଖିଛୁ ? ଆମର ସଂଗଠନ ଅନେକ ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ। ଉତ୍ତର ପ୍ରଦେଶ…

Read More