Author: TRUPTIMAYEE SAHOO

ରାଜ୍ୟରେ ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଘଂନ ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ଯୋଜନାରେ ଆର୍ଥିକ ଅନିୟମିତତା, ଭିତ୍ତିଭୂମିର ଅଭାବ, ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି, ତଥ୍ୟରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି ସିଏଜି ରିପୋର୍ଟରେ। ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବାର ଗୁରୁତର ଦିଗକୁ ସିଏଜି ଇଙ୍ଗିତ କରିବା ସହ ମିଡ ଡେ’ ମିଲଠୁ ଆରମ୍ଭ କରି ସାଇକେଲ ଯୋଜନା ପର୍ଯ୍ୟନ୍ତ ସବୁଥିରେ କିଭଳି ହେରଫେର ହୋଇଛି ସେ ତଥ୍ୟକୁ ସିଏଜି ଉଜାଗର କରିଛନ୍ତି । ଏହି ରପୋର୍ଟ ୨୦୧୮-୧୯ ରୁ ୨୦୨୨-୨୩ ପର୍ଯ୍ୟନ୍ତ ଭଦ୍ରକ, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର ୧୨ଟି ବ୍ଲକର ୧୦୮ଟି ସରକାରୀ ସ୍କୁଲର କାର୍ଯ୍ୟଦକ୍ଷତା ଅଡିଟ୍ ଉପରେ ଏହି ନିଷ୍କର୍ଷ ଆଧାରିତ। ମିଡ୍ ଡେ ମିଲ୍ ଚାଉଳ ହଡ଼ପ ପାଇଁ ଭୂତ ଛାତ୍ରଛାତ୍ରୀ ସିଏଜିଙ୍କ ରିପୋର୍ଟ ଅନୁସାରେ, ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟରେ ଗୁରୁତର ତ୍ରୁଟି ପରିଲକ୍ଷିତ…

Read More