Author: TRUPTIMAYEE SAHOO

ରାଜନୀତି ଏକ ପ୍ରବାହମାନ ନଦୀ ସଦୃଶ, ଯେଉଁଠି କୌଣସି ବି ସ୍ଥିତି ଚିରସ୍ଥାୟୀ ନୁହେଁ। ସମୟର ସ୍ରୋତରେ କ୍ଷମତାର କେନ୍ଦ୍ରବିନ୍ଦୁ ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଓଡ଼ିଶା ରାଜନୀତିରେ, ବିଶେଷକରି ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଗତ କିଛିମାସ ମଧ୍ୟରେ ଯେଉଁ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି, ତାହା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ବରଂ ରାଜନୈତିକ ପଣ୍ଡିତମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି। ଦିନ ଥିଲା, ଯେତେବେଳେ ଓଡ଼ିଶାରେ ବିଜେପି କହିଲେ କେବଳ ଗୋଟିଏ ଚେହେରାକୁ ବୁଝାଉଥିଲା- ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳର ଅଘୋଷିତ ‘ସୁପ୍ରିମୋ’ ଭାବରେ ତାଙ୍କର ଦବଦବା ଏତେ ଥିଲା ଯେ, ତାଙ୍କ ବିନା ଇଙ୍ଗିତରେ ରାଜ୍ୟ ବିଜେପିର ପତ୍ରଟିଏ ମଧ୍ୟ ହଲୁ ନ ଥିଲା। ହେଲେ ଆଜି ଚିତ୍ର ସମ୍ପୂର୍ଣ୍ଣ ଓଲଟି ଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଯେତେବେଳେ ଦଳ ଶାସନ ଗାଦିକୁ ଆସିଲା, ସେତେବେଳେ…

Read More