Author: TRUPTIMAYEE SAHOO

ଶୀତକାଳୀନ ବିଧାନସଭା ଅଧିବେଶନ ସମାପ୍ତ ହେବା ସହିତ ଓଡ଼ିଶାର ରାଜନୀତି ଅକ୍ଷରରେ ଗୋଟେ ନୂଆ ସଂକ୍ରାନ୍ତିକାଳକୁ ପ୍ରବେଶ କରିଛି । ଅଧିବେଶନରେ ବିପକ୍ଷର ଆକ୍ରମଣ ଶାସକ ଦଳର ଅସ୍ଥିରତା ଏବଂ କଂଗ୍ରେସର ଅନ୍ତର୍ଦ୍ୱନ୍ଦ-ଏହା ସବୁ ମିଶି ରାଜ୍ୟର ତିନିଟି ପ୍ରମୁଖ ଦଳକୁ ଅକଳ ମଝିରେ ଫିଙ୍ଗି ଦେଇଛି । ଅଧିବେଶନ ସରିଗଲା ଠିକ୍‌- କିନ୍ତୁ ରାଜନୀତିକ ଦ୍ୱନ୍ଦ୍ୱର ଜ୍ୱାଲା ଏବେ ଚାଲିଛି ତାପ ଆଗାମୀ ଦିନରେ ଆଉ ବଢ଼ିବା ପାଇଁ ସମ୍ଭାବନା ପ୍ରଚୁର । ଏହି ତିନି ଦଳର ଅବସ୍ଥାକୁ ମାନଚିତ୍ରରେ ଭଲଭାବେ ଧରିଲେ- ବିଜେପିରେ ସଂଗଠନୀୟ କଳହ ବିଜେଡିରେ ନୂଆ ଶସ୍ତ୍ର-ପୁନର୍ଗଠନ ଏବଂ କଂଗ୍ରେସରେ ନିତ୍ୟ-ନୂଆ ବିଦ୍ରୋହ- ଏକ ସମ୍ପୂର୍ଣ୍ଣ ରାଜନୀତିକ ଅସ୍ଥିରତାର ଚିତ୍ର ତିଆରି ହୁଏ । ଓଡ଼ିଶାର ରାଜନୀତି ଏବେ ତିନିଟି ଅକଳରେ ପଡ଼ିଛି । ଏହା କେଉଁ ଦିଗକୁ ଯିବ କହିବା କଷ୍ଟକର । ବିଜେପି: ଅସ୍ଥିରତାର ଛାୟାରେ ଲବିଂ ଯୁଦ୍ଧ ସମ୍ପ୍ରତି ଶାସକ ଦଳ…

Read More