Author: Anasuya Das

Maoists : ବିଜାପୁର ଓ ଦାନ୍ତେଓ୍ଵାଡା ଜିଲ୍ଲାର ଏକ ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ସକାଳ ପ୍ରାୟ ୮ଟା ବେଳେ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ବାମପନ୍ଥୀ ବିଦ୍ରୋହ ବିରୋଧରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଥିବା ବେଳେ ସଂଘର୍ଷଗ୍ରସ୍ତ ଦାନ୍ତେଓ୍ଵାଡା ଜିଲ୍ଲାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ୟୁନିଫର୍ମ ପିନ୍ଧିଥିବା ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ବସ୍ତର ପୁଲିସର ସୂଚନା ଅନୁଯାୟୀ, ଦାନ୍ତେଓ୍ଵାଡା-ବିଜାପୁରର ଆନ୍ତଃଜିଲ୍ଲା ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀର ଏକ ଟିମ୍ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୮ଟା ବେଳେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।…

Read More