Author: TRUPTIMAYEE SAHOO

ଅଟିଜିମ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କ ଯତ୍ନ , ପୁନର୍ବାସ ଏବଂ ସୁରକ୍ଷା ପାଇଁ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ କରିବାକୁ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ୍ ବି. ଭି. ନାଗାରଥନାଙ୍କ ଅଧ୍ୟକ୍ଷତାରେ ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏନଜିଓ ହୃଦୟ ସରସ ଫାଉଣ୍ଡେସନ୍ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିବା ପରେ ଭାରତୀୟ ସଂଘ, ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କଠାରୁ ଜବାବ ଲୋଡ଼ିଛନ୍ତି । “ଆମେ ପ୍ରତିପକ୍ଷମାନଙ୍କୁ ନୋଟିସ ଜାରି କରୁଛୁ। ମାମଲାରେ ଉତ୍ତର ଦାଖଲ ହେବା ପରେ ଆମେ ଏହି ମାମଲାର ଶୁଣାଣି କରିବୁ  ଖଣ୍ଡପୀଠ କହିଛନ୍ତି। ଆବେଦନରେ କେନ୍ଦ୍ର ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ଅଟିଷ୍ଟିକ୍ ବ୍ୟକ୍ତି ଅଭିଭାବକ…

Read More