Author: Anasuya Das

UNSC: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ଭଥାନେନି ହରିଶ ୟୁଏନଏସସି ଖୋଲା ବିତର୍କ ସମୟରେ  ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି। ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରି ଭାରତ କହିଛି ଯେ ଜମ୍ମୁ-କାଶ୍ମୀର ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଚାଲିଛି। ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପର୍ଭଥାନେନି ହରିଶ ସୋମବାର ଜାତିସଂଘ ଶାନ୍ତି ଅଭିଯାନରେ ଅନୁକୂଳତା ବୃଦ୍ଧି ଉପରେ ଜାତିସଂଘ ନିରାପତ୍ତା ପରିଷଦର ମୁକ୍ତ ବିତର୍କରେ ବକ୍ତବ୍ୟ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି। ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ସବୁବେଳେ ରହିବ। ପାକିସ୍ତାନ ବେଆଇନ ଭାବେ ଜମ୍ମୁ-କାଶ୍ମୀର ଅଞ୍ଚଳ ଦଖଲ ଜାରି ରଖିଛି, ଯାହାକୁ ଖାଲି କରିବାକୁ ପଡ଼ିବ ବୋଲି ହରିଶ କହିଛନ୍ତି।ୟୁଏନଏସସି ର ଖୋଲା ବିତର୍କ ସମୟରେ ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ହରିଶ ଏଭଳି କଡ଼ା ଜବାବ ଦେଇଛନ୍ତି। ହରିଶ କହିଛନ୍ତି…

Read More