Author: TRUPTIMAYEE SAHOO

ଗତ କିଛିଦିନ ଧରି ଓଡ଼ିଶାର ରାଜନୀତି ଏକ ଅଭିନବ ସଂକଟ ଦେଇ ଗତି କରୁଛି। ମନ୍ତ୍ରୀ ଓ ବିଧାୟକମାନଙ୍କର ବର୍ଦ୍ଧିତ ଦରମା ପ୍ରସଙ୍ଗ ଏବେ ସମଗ୍ର ରାଜ୍ୟରେ ଏକ ଝଡ଼ ସୃଷ୍ଟି କରିଛି, ଯାହାକି ଶାସକ ଓ ବିରୋଧୀ ଉଭୟଙ୍କ ପାଇଁ ରାଜନୈତିକ ଚକ୍ରବ୍ୟୁହ ସାବ୍ୟସ୍ତ ହୋଇଛି। ଗୋଟିଏ ପଟେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଜନବିରୋଧୀ ଆଭିମୁଖ୍ୟ ପାଇଁ ସମାଲୋଚିତ ହେଉଥିବାବେଳେ, ଅନ୍ୟ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସମ୍ବେଦନଶୀଳତାର ଏହି ରାଜନୀତିରେ ନିଜକୁ ଫସାଇ ଦେଇଛନ୍ତି। ଉଭୟ ନେତାଙ୍କ କାର୍ଯ୍ୟଶୈଳୀ ରାଜନୈତିକ ସ୍ୱାର୍ଥର ଦୋଛକିରେ ସନ୍ଦେହ ସୃଷ୍ଟି କରୁଛି। ମୋହନ ସରକାର: ସହଜ ଶିକାର ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ କ୍ଷମତାରେ ଥିବାବେଳେ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଆସିବା ସରକାରଙ୍କ ପାଇଁ ଏକ ବଡ଼ ଭୁଲ ପ୍ରମାଣିତ ହୋଇଛି। କ୍ଷମତାକୁ ଆସିବାର ୧୮ମାସ ପରେ…

Read More