Author: TRUPTIMAYEE SAHOO

ଦୂରତା ହଜାର ହଜାର ମାଇଲ, କିନ୍ତୁ କାହାଣୀଟି ଏକାଭଳି। ଗୋଟିଏ ପଟେ ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପହଲଗାମ ଏବଂ ଅନ୍ୟପଟେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀର ବଣ୍ଡି ବିଚ୍। ଗୋଟିଏ ସ୍ଥାନରେ ହିନ୍ଦୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଉଛି ତ ଅନ୍ୟ ସ୍ଥାନରେ ୟେହୂଦୀ (Jewish) ସମ୍ପ୍ରଦାୟର ଶାନ୍ତିପୂର୍ଣ୍ଣ ଆଲୋକ ପର୍ବ ‘ହନୁକା’କୁ ରକ୍ତରଞ୍ଜିତ କରାଯାଉଛି। ଏହି ଦୁଇଟି ଘଟଣା କେବଳ ସଂଯୋଗ ନୁହେଁ, ବରଂ ଏହା ଏକ ଭୟଙ୍କର ‘ପ୍ୟାଟର୍ନ’ ବା ନମୁନାର ପ୍ରତିଫଳନ, ଯାହା ବିଶ୍ୱବାସୀଙ୍କୁ ଏକ ଅସ୍ୱସ୍ତିକର ସତ୍ୟର ସମ୍ମୁଖୀନ ହେବାକୁ ବାଧ୍ୟ କରୁଛି।  ପରିଚୟ ହିଁ ଯେତେବେଳେ ମୃତ୍ୟୁର ପରୱାନା ଆମେ ଆଜି ଏପରି ଏକ ସମୟରେ ଛିଡ଼ା ହୋଇଛୁ, ଯେଉଁଠାରେ ମଣିଷର ପରିଚୟ ହିଁ ତା’ର ମୃତ୍ୟୁର କାରଣ ସାଜୁଛି। ପହଲଗାମରେ ଆତଙ୍କବାଦୀମାନେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ପଚାରୁଛନ୍ତି – “ତୁମେ ହିନ୍ଦୁ କି?”। ସିଡନୀରେ ୟେହୂଦୀ ପରିବାରମାନେ ଯେତେବେଳେ ଆଲୋକ ଜାଳି ଶାନ୍ତିର…

Read More