Author: Anasuya Das

Madhusmita: ଏକ ପ୍ରତିଭାବାନ ଶିଳ୍ପୀ ମଧୁସ୍ମିତା ପ୍ରାଚୀନ ଏବଂ ସୁନ୍ଦର ତାଳପତ୍ର ପଟ୍ଟଚିତ୍ର କଳାରେ ବିଶେଷଜ୍ଞ। ମହିଳା ସଶକ୍ତିକରଣ ହେଉଛି ସ୍ଥାୟୀ ବିକାଶ ହାସଲ କରିବାର ମୂଳଦୁଆ ଏବଂ ଓଡ଼ିଶା ସରକାର ମହିଳାଙ୍କ ଆର୍ଥିକ ସ୍ୱାଧୀନତାକୁ ଏହାର କେନ୍ଦ୍ରବିନ୍ଦୁରେ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାର  କାର୍ଯ୍ୟକାରିତା  ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଦ୍ଵାରା କରାଯାଉଛି। ଏହି ଯୋଜନା  ମାଧ୍ୟମରେ, ଗ୍ରାମୀଣ ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ଆୟ କରିବାକୁ ସଶକ୍ତ କରାଯାଉଛି, ଯାହା ତୃଣମୂଳ ସ୍ତରର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ସହ ପ୍ରଭାବଶାଳୀ ନେତୃତ୍ୱ ନେବାରେ ସାହାଯ୍ୟ କରିଛି । ଏହି ପରିବର୍ତ୍ତନର ଏକ ପ୍ରେରଣାଦାୟୀ ଉଦାହରଣ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ, ଅନ୍ତୁଆର ଗ୍ରାମପଞ୍ଚାୟତର ଦେଉଳିଆଥେଙ୍ଗା ଗ୍ରାମର…

Read More