Author: TRUPTIMAYEE SAHOO

ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୮ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବଲେଖିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘କେହିଜଣେ’ ପାଇଁ ପ୍ରଦାନ କରାଯିବ। ୫୦ ବର୍ଷ ବୟସସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ଓ ପୁରସ୍କୃତ ପାଣ୍ଡୁଲିପିଟି ‘ଟାଇମପାସ୍‍’ ଦ୍ୱାରା ପ୍ରକାଶିତ ହୋଇଥାଏ। ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ଗଳ୍ପ ବିଭାଗରେ ସଂଜୟ ପଣ୍ଡାଙ୍କ ‘ତକିଆ’ କବିତା ବିଭାଗରେ ସୁମିତ୍‍ ପଣ୍ଡାଙ୍କ ‘ମାଟି ଖୋଜେ ପକ୍ଷୀ’, ଉପନ୍ୟାସରେ ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଏବଂ ପ୍ରଥମା ବିଭାଗରେ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକଙ୍କ ‘ଋତୁଟେ ରେଭେନ୍‍ସା’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି। ନିୟମିତଭାବେ ଓଡ଼ିଆ ପୁସ୍ତକର ପଠନ ଓ ସାମାଜିକ ଗଣମାଧ୍ୟମରେ ତାର ପ୍ରଚାର…

Read More