Author: TRUPTIMAYEE SAHOO

ଆରାବଳି ପର୍ବତ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହି ପ୍ରାକୃତିକ ଐତିହ୍ୟର ସୁରକ୍ଷା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ କେବଳ ୧୦୦ମିଟରରୁ ଅଧିକ ଉଚ୍ଚ ପାହାଡ଼ଗୁଡିକୁ ଏବେ ଆରାବଳି ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ । କୋର୍ଟଙ୍କ ନିଷ୍ପତ୍ତି ପରେ ଅନେକ ବିଶେଷଜ୍ଞ ଏହି ଆଦେଶ ଉପରେ ଆପତ୍ତି ଉଠାଇ ଦାବି କରିଛନ୍ତି ଯେ ଆରାବଳି ପର୍ବତମାଳାର ୯୦ପ୍ରତିଶତରୁ ଅଧିକ ପାହାଡ ୧୦୦ମିଟରରୁ କମ୍‌ ଉଚ୍ଚ, ଯାହା ଫଳରେ ଅଧିକାଂଶ ପାହାଡର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ଏବେ ଆରାବଳି ପର୍ବତମାଳାକୁ ନେଇ ବିବାଦ ଉପରେ ଏକ ବିବୃତ୍ତି ଜାରି କରିଛନ୍ତି । ଆରାବଳୀ ପାହାଡ ସଂରକ୍ଷଣ ସମ୍ପର୍କରେ ଚାଲିଥିବା ବିବାଦ ଉପରେ ସ୍ପଷ୍ଟ ମତ ରଖି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ…

Read More