Author: TRUPTIMAYEE SAHOO

ସଲମାନ ଖାନଙ୍କ ଫିଲ୍ମ “ବ୍ୟାଟଲ୍ ଅଫ୍ ଗାଲୱାନ୍”ର ଟିଜର ରିଲିଜ୍ ହେବା ପରେ ଚୀନ୍ ହଇରାଣ ହୋଇ ଯାଇଛି । ଏହି ଫିଲ୍ମଟି ୨୦୨୦ ମସିହାରେ ଗାଲୱାନ୍‌ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ । ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ କିନ୍ତୁ ଚୀନ୍ ଏହାର ସୈନିକଙ୍କ ମୃତାହତ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରିନାହିଁ । ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ଫିଲ୍ମ ବିରୋଧରେ ବିଷ ଓଗାଳିଛି । ଗ୍ଲୋବାଲ୍ ଟାଇମ୍ସ ଲେଖିଛି “ଭାରତୀୟ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ଟ୍ରେଲର, ଯାହା ୨୦୨୦ ମସିହାରେ ଗାଲୱାନ୍ ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ ବୋଲି ଦାବି କରାଯାଇଛି ଏବଂ ୨୦୨୬ ଏପ୍ରିଲ୍ ମାସରେ ମୁକ୍ତିଲାଭ କରିବାକୁ ଯାଉଛି, ଡିସେମ୍ବର ୨୭ ତାରିଖରେ ମୁଖ୍ୟ ଅଭିନେତା ସଲମାନ ଖାନଙ୍କ…

Read More