Author: TRUPTIMAYEE SAHOO

ଇତିହାସ ଏବଂ ପୁରାଣ ସବୁବେଳେ ମଣିଷକୁ ସତର୍କ କରାଇଥାଏ । ମହାଭାରତର ଯୁଦ୍ଧକ୍ଷେତ୍ର ହେଉ କିମ୍ବା ଆଧୁନିକ ରାଜନୀତିର ଚକ୍ରବ୍ୟୁହ, କିଛି ସଙ୍କେତ ସବୁବେଳେ ସମାନ ଥାଏ । ମହାଭାରତରେ ଶକୁନିଙ୍କ ଅଟ୍ଟହାସ୍ୟ ଯେପରି କୁରୁବଂଶର ବିନାଶର ସୂଚନା ଦେଉଥିଲା ଓଡ଼ିଶା ରାଜନୀତିରେ ୨୪ ବର୍ଷର ଅପ୍ରତିଦ୍ୱନ୍ଦ୍ୱୀ ଶାସକ ନବୀନ ପଟ୍ଟନାୟକଙ୍କ “ନୀରବତା” ମଧ୍ୟ ସେହିଭଳି ଏକ ଶୂନ୍ୟତା ବା ବିନାଶର ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି। ଯେଉଁ ଦଳ ଦିନେ “ଅପରାଜେୟ” ବୋଲି କୁହାଯାଉଥିଲା, ଆଜି ସେହି ଦଳ ନିଜ ଅସ୍ତିତ୍ୱ ରକ୍ଷା ପାଇଁ ନିଜ ଭିତରେ ହିଁ ସଂଘର୍ଷ କରୁଛି । କାରଣ ନବୀନଙ୍କ ପୂର୍ବର ସେହି ଶାରୀରିକ ସାମର୍ଥ୍ୟ ନାହିଁ କି ଶାସନର ସେହି ଦୃଢ଼ତା ନାହିଁ। ଏହି ନୀରବତା ଏବେ ବିଜେଡି ପାଇଁ କାଳ ସାଜିଛି। ଶକୁନିର ହସ ଓ ନବୀନଙ୍କ ନୀରବତା: ଏକ ତୁଳନାତ୍ମକ ବିଶ୍ଳେଷଣ ମହାଭାରତରେ ଶକୁନି ଯେତେବେଳେ ହସୁଥିଲେ, ବୁଝିବାକୁ…

Read More