Author: TRUPTIMAYEE SAHOO

ନୂଆବର୍ଷ ଆସିଲା। ରାଜ୍ୟର ଜନତା ଭାବିଥିଲେ — ନୂଆ ସରକାର, ନୂଆ ଆଶା, ନୂଆ ପ୍ରଶାସନିକ ଦିଗଦର୍ଶନ ମିଳିବ। କିନ୍ତୁ ସରକାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ — ପୁଣିଥରେ ‘ପାଣ୍ଡିଆନ ଇକୋସିଷ୍ଟମ’ ଶାସନକୁ ଫେରିଛି। ଆଉ ଏହି ‘ପାଣ୍ଡିଆନ ଇକୋସିଷ୍ଟମ’କୁ ବିଜେପି ସରକାର ବିନା ଦ୍ୱିଧାରେ ମୋହର ମାରି ନିଜର ଅସଲ ଚେହେରା ଦେଖାଇଛି। • ଗତ ନିର୍ବାଚନରେ ବିଜେଡି ହାରିଲା, ବିଜେପି ଜିତିଲା। • କିନ୍ତୁ ପ୍ରଶାସନରେ ହାରିଲା କିଏ? ତାହାହିଁ ଏବେ ବଡ଼ ପ୍ରଶ୍ନ? • ଏହାର ଉତ୍ତର ହେଲା • ହାରିଛି ଓଡ଼ିଆ ଅସ୍ମିତା। ସରକାର କହିଲେ ଆମେ ମନ୍ତ୍ରିମଣ୍ଡଳକୁ ବୁଝୁଥିଲୁ। କିନ୍ତୁ ଓଡ଼ିଶାରେ ବିଗତ ତିନି ଦଶନ୍ଧି ଧରି ଏକ କଠୋର ସତ୍ୟ ଚାଲିଆସିଛି — ତାହା ହେଲା ସରକାର କହିଲେ ମନ୍ତ୍ରୀ ନୁହଁନ୍ତି, ଆଇଏଏସ ଅଫିସର ହିଁ ହେଉଛନ୍ତି ଅସଲ ସରକାର। ସେମାନେ ଯାହା କହିବେ ମନ୍ତ୍ରୀମାନେ ତାଙ୍କ ନିର୍ଦ୍ଦେଶ ମାନି କେବଳ…

Read More