Author: TRUPTIMAYEE SAHOO

 ନୂଆବର୍ଷରେ  ବଢିଲା ବିମାନ ଭଡା। ସେବା ପ୍ରଦାନକାରୀ ସଂସ୍ଥା  ଇଣ୍ତିଆନ୍ ଓ୍ୱାନ ଏୟାର ପକ୍ଷରୁ  ପ୍ରାୟ ଏକ ହଜାର୍ ଟଙ୍କା ବଢାଇ ଦିଆଯାଇଛି।  ଭୁବନେଶ୍ୱରରୁ ଜୟପୁର୍ ଟିକେଟ୍ ଦର  ରହିଛି ୪,୬୨୦ ଟଙ୍କା।  ଜୟପୁରରୁ ବିଶାଖାପାଟଣା ଟିକେଟ୍ ଦାମ୍ ହେଉଛି୩ ହଜାର ୪୦ ଟଙ୍କା। ହଠାତ୍ ପ୍ରାୟ ୧ ହଜାର ଟଙ୍କା ବଢି ଯିବାରୁ  ଯାତ୍ରୀମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ହେଲେ,ବର୍ଦ୍ଧିତ ଭଡ଼ା ଦର ସ୍ପଷ୍ଟ କରିନି  ସେବା ପ୍ରଦାନକାରୀ ସଂସ୍ଥା।  କେତେକ ଯାତ୍ରୀ କହିଛନ୍ତି ଯେ,ପୂର୍ବରୁ ଏନେଇ ଭୁବନେଶ୍ୱର ଯିବା ଲାଗି ବିମାନ ଟିକେଟ୍ ଦର ଥିଲା ପ୍ରାୟ ୩,୬୦୦ । ଫେରିବା ଦର ବି ସମାନ୍ ଥିଲା। (ଗୁରୁବାର) ଇଣ୍ତିଆନ୍ ଏୟାର ଓ୍ୱେବସାଇଟ୍ ରେ ଟିକେଟ୍ ଦାମ୍ ଉଲ୍ଲେଖ ରହିଛି। ୪,୬୨୦ ଟଙ୍କା।  ଦରବୃଦ୍ଧିର କାରଣ ଜଣାପଡିନି।  ପୂର୍ବରୁ ଭୁବନେଶ୍ୱରରୁ ଜୟପୁର ଆସୁଥିଲେ ଦେବାକୁ ପଡୁଥିଲା ୩,୬୭୫ ଟଙ୍କା। ବିଶାଖାପାଟଣାକୁ ଟିକେଟ୍ ଦାମ୍ ଥିଲା ୨,୪୧୫…

Read More