Author: TRUPTIMAYEE SAHOO

ଲୋକତନ୍ତ୍ରରେ ସରକାର  ସମ୍ବିଧାନ, ନୀତି ଓ ଦାୟିତ୍ୱରେ ଚାଲେ। କିନ୍ତୁ ଯେତେବେଳେ ରାଜନୈତିକ ଆକାଂକ୍ଷା, ବ୍ୟକ୍ତିଗତ ପ୍ରଭାବ ଓ ପ୍ରଶାସନିକ ଅହଂକାର ଏକାଠି ହୋଇଯାଏ, ସେତେବେଳେ ଶାସନ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି ହୁଏ। ଆଜି ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ପରିବେଶକୁ ଦେଖିଲେ ଏହି ଅସ୍ଥିରତା ସ୍ପଷ୍ଟ ଭାବେ ଦୃଶ୍ୟମାନ। ରାଜ୍ୟ ପ୍ରଶାସନରେ ଦୀର୍ଘ ସମୟ ଧରି ଏକ “ସଫଳ ଆଇଏଏସ ଯୋଡ଼ି” ଭାବେ ପରିଚିତ ଡ. ଅରବିନ୍ଦ କୁମାର ପାଢ଼ୀ ଓ ଉଷା ପାଢ଼ୀ—ଏହି ଦୁଇ ନାଁ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପୂର୍ବରୁ ଯେଉଁଠାରେ ଏମାନଙ୍କ ନାମ ସହିତ ନିରପେକ୍ଷତା, କାର୍ଯ୍ୟଦକ୍ଷତା ଓ ଶୃଙ୍ଖଳା ଯୋଡ଼ା ଥିଲା, ଆଜି ସେଠାରେ ବିବାଦ, ଅସନ୍ତୋଷ ଓ ରାଜନୈତିକ ବିବ୍ରତାର ଛାୟା ପଡ଼ିଛି। ଏହି ବିବାଦ କେବଳ ଦୁଇଜଣ ଅଧିକାରୀଙ୍କୁ ନେଇ ନୁହେଁ; ଏହା ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ, ତାଙ୍କର ନିୟନ୍ତ୍ରଣ ଓ ସରକାରୀ ଶୃଙ୍ଖଳା…

Read More