Author: TRUPTIMAYEE SAHOO

ଆଉ ଅଳ୍ପଦିନ ପରେ ମକର ଗଣ ପର୍ବ । କେନ୍ଦୁଝର, ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲ୍ଲାରେ ଏହା ବେଶ୍ ଏକ ବଡ଼ ପର୍ବ। ସାଧାରଣ ବର୍ଗର ଲୋକଙ୍କ ଅପେକ୍ଷା, ଆଦିବାସୀ ଶ୍ରେଣୀର ଲେକେ ବେଶି ଆନନ୍ଦ ଉଠାନ୍ତି ଏ ପର୍ବରେ । ପ୍ରାୟ ଏକ ସପ୍ତାହ ଧରି ଚାଲେ ଏ ପରବ। କିଛି ଦିନ ତଳୁ ପ୍ରସ୍ତୁତି ଆରମ୍ଭ ହୁଏ । ଘର ଲିପାପୋଛା ହୁଏ। ନୂଆ ପୋଷାକ ଆସେ । ପିଠା ପଣାର ଆୟୋଜନ କରାଯାଏ ।  ହେଲେ ଘୁଙ୍ଗି ଗାଁର ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ବାପ, ମା’ ଛେଉଣ୍ଡ ପିଲା, ଅଧା ଭଙ୍ଗା ଦଦରା ଘରେ ରହୁଥିବା ସୁରେନ ଜୁଆଙ୍ଗର ଛୁଆ କେମିତି ପାଳିବେ ଏ ମହାନ ଗଣ ପର୍ବ ? ପିନ୍ଧିବେ କ’ଣ ?  ଖାଇବେ କ’ଣ? ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା”ର ମନରେ ଏ ପ୍ରଶ୍ନ । “ଆଶା”ର ସ୍ଵେଚ୍ଛାସେବୀ ମାନେ ବାହାର…

Read More