Author: TRUPTIMAYEE SAHOO

ଭାରତୀୟ ଲୋକତନ୍ତ୍ରରେ ନ୍ୟାୟାଳୟ କେବଳ ନ୍ୟାୟ ଦେଉନାହିଁ, ସେ ଶାସନକୁ ଦାୟିତ୍ୱବାନ କରେ। ଯେତେବେଳେ ସୁପ୍ରିମକୋର୍ଟ ବାରମ୍ବାର ତାଗିଦ୍‍ ଦେଇ କୌଣସି ରାଜ୍ୟ ସରକାରଙ୍କୁ ତଥ୍ୟ ଦାଖଲ କରିବାକୁ କହୁଛନ୍ତି ଏବଂ ସେହି ରାଜ୍ୟ ନିରବ ରହୁଛି, ସେଠାରେ ପ୍ରଶ୍ନ ଉଠେ—ଏହା କି ଅବହେଳା, ନା ଏକ ଗଭୀର ପ୍ରଶାସନିକ ସମସ୍ୟା? ଓଡ଼ିଶାରେ ମାତ୍ର ୧୪ଟି ଘରୋଇ ବିଶ୍ୱବିଦ୍ୟାଳୟ ରହିଥିବା ସତ୍ତ୍ୱେ, ସେଗୁଡ଼ିକର ପ୍ରତିଷ୍ଠା, ପରିଚାଳନା, ନିୟନ୍ତ୍ରଣ ଓ “ନା ଲାଭ, ନା କ୍ଷତି” ନୀତି ସମ୍ପର୍କରେ ସଠିକ୍ ସୂଚନା ଦାଖଲ କରିବାରେ ରାଜ୍ୟ ସରକାର ବିଫଳ—ଏହି କଥା ସୁପ୍ରିମକୋର୍ଟର ଅସନ୍ତୋଷର କେନ୍ଦ୍ରବିନ୍ଦୁ ପାଲଟିଛି। ସୁପ୍ରିମକୋର୍ଟର ନିର୍ଦ୍ଦେଶ: ସରଳ, କିନ୍ତୁ ଅନୁପାଳନ ଶୂନ୍ୟ ସୁପ୍ରିମକୋର୍ଟ ୨୦ ନଭେମ୍ବର ୨୦୨୫ରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ୟୁଜିସି ସମସ୍ତଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ- ନିଜ ନିଜ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରତିଷ୍ଠା, ପରିଚାଳନା, ନିୟନ୍ତ୍ରଣ, ପ୍ରବେଶ ନୀତି, ନିଯୁକ୍ତି ପ୍ରକ୍ରିୟା…

Read More