Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ଏବେ ଏକ ନିର୍ଣ୍ଣାୟକ ସନ୍ଧିକ୍ଷଣରେ ରହିଛି। ସ୍ୱାଧୀନତା ପରଠାରୁ ଅଦ୍ୟାବଧି ଏହି ରାଜ୍ୟ ଜାତି ଆଧାରିତ ଧ୍ରୁବୀକରଣରୁ ଅପେକ୍ଷାକୃତ ଦୂରରେ ରହିଆସିଥିଲା। ଜାତୀୟ ସ୍ତରରେ ଯେଉଁଠି ମଣ୍ଡଳ ପରବର୍ତ୍ତୀ ରାଜନୀତି ଭୋଟ ଗଣିତର ମୁଖ୍ୟ ଚାବି ହୋଇଉଠିଥିଲା, ସେଠି ଓଡ଼ିଶାରେ ଶାସନର ସ୍ଥିରତା, କଳ୍ୟାଣମୂଳକ ଯୋଜନା ଓ ଏକ ଶକ୍ତ ଆଞ୍ଚଳିକ ଦଳର ନିରନ୍ତର ଶାସନ ରାଜନୀତିକ ଧାରାକୁ ନିର୍ଦ୍ଦେଶ କରିଆସିଥିଲା। କିନ୍ତୁ ଏହି ସମୀକରଣ ଏବେ ଭାଙ୍ଗୁଛି। ରାଜ୍ୟର ସାମାଜିକ ଗଠନକୁ ନେଇ ନୂଆ ଗଣିତ ଗଢ଼ା ହେବାର ପ୍ରୟାସ ହେଉଛି- ଓବିସି ଜାତି ସମୁହର ପ୍ରାୟ ୫୨ ପ୍ରତିଶତ ଭୋଟ। ଏହି ଗଣନା ଏବେ କେବଳ ଏକ ସାଂଖ୍ୟିକ ତଥ୍ୟ ନୁହେଁ; ଏହା ରାଜନୀତିର ନୂଆ ପ୍ରସଙ୍ଗ, ନୂଆ ଦାବି ଓ ନୂଆ ମୁକାବିଲାର ଆଧାର ହୋଇଯାଇଛି। ଫଳସ୍ୱରୂପ, ଓଡ଼ିଶା ଧୀରେ ଧୀରେ ଜାତି ରାଜନୀତିର ଏକ ଖୋଲା ମଇଦାନରେ ପରିଣତ ହେଉଛି- ଯେଉଁଠି ରାଜ୍ୟ…

Read More