Author: TRUPTIMAYEE SAHOO

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଯୁଦ୍ଧର ସମ୍ଭାବନା ଦେଖାଯାଉଛି । ପରସ୍ପର ବିନାଶର ଧମକ ଦିଆଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପରସ୍ପର ଉପରେ ଦୋଷାରୋପ କରୁଛନ୍ତି । ଏସବୁ ମଧ୍ୟରେ, ଭାରତ ସରକାର ଇରାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ଭାରତୀୟମାନେ ଇରାନରେ କ’ଣ କରିବାକୁ ଯାଆନ୍ତି? ସରକାରୀ ସଂଖ୍ୟା ଅନୁଯାୟୀ ୧0,000 ରୁ ଅଧିକ ଭାରତୀୟ ପ୍ରବାସୀ (NRI ଏବଂ PIO) ଇରାନରେ ରୁହନ୍ତି। ଏଥିମଧ୍ୟରୁ ଅତି କମରେ ୩,000 ଛାତ୍ର ପ୍ରାୟ ୨,୩00 କାଶ୍ମୀରର। ଏହି ଛାତ୍ରମାନେ ଇରାନରେ ଡାକ୍ତରୀ ଅଧ୍ୟୟନ ଏବଂ ସିଆ ଧାର୍ମିକ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ଛାତ୍ରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଏହି ଛାତ୍ରମାନେ ତେହେରାନ, ଶିରାଜ, ମଶାଦ ଏବଂ କୋମ ଭଳି…

Read More