Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ଏବେ ଗୋଟିଏ ଅଜବ ବିରୋଧାଭାସ ଦେଖାଯାଉଛି। ବିଜୁ ଜନତା ଦଳ ହାରିଛି, କିନ୍ତୁ ତା’ ଉପରେ ଗଣମାଧ୍ୟମର ଦୃଷ୍ଟି ଅଧିକ ରହିଛି। ଖବର ବି ମିଳୁଛି। ଅନ୍ୟପକ୍ଷରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟି ଭିତରେ ଯେ ଭୟଙ୍କର ରାଜନୀତିକ ଗୋଷ୍ଠି ବିବାଦ ଚାଲିଛି, ତାହା ଅଧିକାଂଶ ସମୟରେ ନଜର ଆଢ଼ୁଆଳରେ ରହିଯାଉଛି। କିନ୍ତୁ ଗତକାଲି ଘଟିଥିବା ଗୋଟିଏ ଘଟଣା—ଯାହାକୁ ଏବେ ରାଜନୀତିକ ମହଲରେ “କବାଟ କିଳା ମେଳି” ବୋଲି କୁହାଯାଉଛି—ଓଡ଼ିଶା ବିଜେପିର ଭିତର କଥାକୁ ହଠାତ୍ ଲୋକଲୋଚନକୁ ଆଣିଦେଇଛି। ଏହି ମେଳି କେବଳ ବିଜେପିର ଆଭ୍ୟନ୍ତରୀଣ ମାମଲା ନୁହେଁ; ଏହା ଓଡ଼ିଶା ରାଜନୀତିର ଆଗାମୀ ଦିଗକୁ ବୁଝିବା ପାଇଁ ଗୋଟିଏ ମୁଖ୍ୟ ସଙ୍କେତ। ଘଟଣାର ଆରମ୍ଭ ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଘଟଣାର ଆରମ୍ଭ ହୁଏ ଗତକାଲି ସକାଳ ୧୦ଟାରେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ି ହଠାତ୍ ଆସି ଲାଗିଲା ଭୁବନେଶ୍ୱର…

Read More