Author: TRUPTIMAYEE SAHOO

୨୦୨୪ ନିର୍ବାଚନ ପରାଜୟ ପରେ ବିଜୁ ଜନତା ଦଳ ଏକ ଦୀର୍ଘ ଓ କଠିନ ପରିବର୍ତ୍ତନ ମଧ୍ୟରେ ଗତି କରୁଛି। ୨୪ ବର୍ଷ ଧରି ଶାସନ କରିଥିବା ଦଳ ପାଇଁ ହଠାତ୍ ବିପକ୍ଷରେ ବସିବା ମାନସିକ ଭାବେ ମଧ୍ୟ ସହଜ ନୁହେଁ। ୨୦୨୪ ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ରାଜ୍ୟ ରାଜନୀତିରେ ସ୍ଥିରତା ଆସିବା ପରିବର୍ତ୍ତେ ଅସ୍ଥିରତା ବଢ଼ିବାରେ ଲାଗିଛି। ଦୀର୍ଘ ୨୪ ବର୍ଷର ଶାସନ ଗାଦିରୁ ଓହ୍ଲାଇବା ପରେ ଶଙ୍ଖ ଦଳ ଏବେ ଏକ ବଡ଼ ଧରଣର ଆଭ୍ୟନ୍ତରୀଣ ସଂକଟ ଦେଇ ଗତି କରୁଛି। ଗୋଟିଏ ପଟେ ଦଳର ଶୀର୍ଷ ନେତୃତ୍ୱ ନିଜର ସଂଗଠନକୁ ସଜାଡ଼ିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ‘ଡିଲ୍’ ରାଜନୀତିର ଅଭିଯୋଗ ଦଳର ଭାବମୂର୍ତ୍ତିକୁ ଜନମାନସରେ ଦୋହଲାଇ ଦେଇଛି। ଏହି ପରିସ୍ଥିତିରେ ଦଳ ନେତୃତ୍ୱର ପ୍ରତ୍ୟେକ ନିଷ୍ପତ୍ତି; ବିଶେଷକରି ରାଜ୍ୟସଭା ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ, ଆଶଙ୍କା ଓ ଅନୁମାନର ଆଲୋକରେ ପଢ଼ାଯାଉଛି। ଚମ୍ପୁଆର ବିଧାୟକ ସନାତନ…

Read More